--:--:--
-- ---
Srishti News

ତାରାଦେବୀ ଓ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା

Nayagarh (ନୟାଗଡ଼)ରିପୋର୍ଟ : ନିରଞ୍ଜନ ମହାପାତ୍ର, ରଣପୁରJuly 11, 202648 views
ତାରାଦେବୀ ଓ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା
ରଣପୁର,: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚ଼ାନ୍ଦପୁର ସ୍ଥିତ ରାଧାମୋହନ ସାହିର ମା' ତାରାଦେବୀ ଓ ପ୍ରଭୁ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଦିବସ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ତା ୬ ଠାରୁ ଆରମ୍ଭ ହୋଇ ୯ରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହି ଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲା‌ ବିଜେପି ସଭାପତି ଶ୍ରୀ ତାପସ ରଞ୍ଜନ ମାର୍ଥା,ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁଙ୍କ ସମେତ ଦଳୀୟ ବିଜେପି ନେତୃବୃନ୍ଦ , ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହି ଥିଲେ। ଏଥି ସହିତ ସିନେ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମହିଳା ମାନଙ୍କୁ ଶାଢ଼ୀ ,ଛତା ,ସ୍କୁଲ ପିଲା ମାନଙ୍କୁ ଖାତା ପେନ ବଣ୍ଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଙ୍କ ସମାଗମ ହୋଇ ଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । ଏହି ଭଳି କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମନ୍ଦିର ଟ୍ରଷ୍ଟଙ୍କୁ ବେଶ ପ୍ରଶଂସା କରିଥିଲେ।