--:--:--
-- ---
Srishti News

ଦୁର୍ଗମ ଅଞ୍ଚଳରେ ଏମଡିଏମ ସରିଲେ ଘରକୁ ଫେରୁଛନ୍ତି ଶିକ୍ଷକ

Koraput (କୋରାପୁଟ)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, କୋରାପୁଟJuly 11, 202629 views
ଦୁର୍ଗମ ଅଞ୍ଚଳରେ ଏମଡିଏମ ସରିଲେ ଘରକୁ ଫେରୁଛନ୍ତି ଶିକ୍ଷକ
କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗ୍ରାମ ପଞ୍ଚାୟତର ପାଲିଝୋଡିପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ଓ୍ବାର୍ଡ ସଭ୍ୟଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ଉଠିଛି । ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି ଓ ପାଠପଢ଼ା ବ୍ୟବସ୍ଥା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି ଛନ୍ତି । ଗ୍ରାମବାସୀଙ୍କ କହିବା ଅନୂଯାୟୀ, ବିଦ୍ୟାଳୟରେ ମୋଟ ୫ ଜଣ ଶିକ୍ଷକ କାର୍ଯ୍ୟରତ ଥିଲେ ମଧ୍ୟ ସେମାନେ ନିୟମିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହୁନାହାନ୍ତି । ଶିକ୍ଷକମାନେ ସକାଳ ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ବିଦ୍ୟାଳୟକୁ ଆସି ମଧ୍ୟାହ୍ନ ଭୋଜନ ( ଏମଡିଏମ୍) ସରିବା ପରେ ପ୍ରାୟ ଦିନ ୧ଟାରୁ ୨ଟା ମଧ୍ୟରେ ବିଦ୍ୟାଳୟ ବନ୍ଦ କରି ଘରକୁ ଫେରିଯାଉଥିବା ଅଭିଯୋଗ କରାଯାଇଛି ଇଛି। ଏହା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ସହ ଶିକ୍ଷାର ଗୁଣବତ୍ତା ପ୍ରଭାବିତ ହେଉଥିବା ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ସେମାନେ ଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ)ଙ୍କୁ ପଚାରିବାରୁ ସେ ଫୋନ୍ ? ଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ । ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।