ଡାକ ବିଭାଗର ସେବା ସହ ଯୋଡ଼ି ଉଦ୍ୟୋଗୀଙ୍କ ବ୍ୟବସାୟ ବଢ଼ାଇବା ଲକ୍ଷ୍ୟ
Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁରJuly 11, 202642 views

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଜିଲ୍ଲାପରିଷଦ ବୈଠକ ଗୃହରେ ଶୁକ୍ରବାର ଭାରତୀୟ ଡାକ ବିଭାଗ ପକ୍ଷରୁ ଏସ୍ଏଚ୍ଜି ଓ ଏସ୍ଏସ୍ଏମ୍ଇ ପ୍ରତିନିଧ୍ ଙ୍କୁ ନେଇ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ କରାଯାଇଛି। ଯେଉଁଠା ଠାରେ ଡାକ ବିଭାଗର ବିଭିନ୍ନ ସେବାକୁ ବ୍ୟବହାର କରି କିପରି ବ୍ୟବସାୟ ପରିସର ବଢ଼ାଇହେବ ସେନେଇ ପରାମର୍ଶ ଦିଆଯାଇଥିଲା। ଚିଠି କିମ୍ବା ପାର୍ସଲ ପହଞ୍ଚାଇବାରେ ସୀମିତ ନୁହେଁ ଡାକ ବିଭାଗ। ଏବେ ଗ୍ରାମୀଣ ଉଦ୍ୟୋଗୀ ଓ ଏସ୍ଏଚ୍ଜିଙ୍କ ବ୍ୟବସାୟ ବଢ଼ାଇବାରେ ମଧ୍ୟ ଭରସାର ସାଥୀ ପାଲଟିଛି ବୋଲି ମତ ପ୍ରକାଶ ପାଇଛି।
ନବରଙ୍ଗପୁରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର, ଆଇପିଓଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଏସ୍ଏଚ୍ଜି ଓ ଏସ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ସିଧାସଳଖ ଆଲୋଚନା କରି ଡାକ ବିଭାଗର ପାର୍ସଲ, ଲଜିଷ୍ଟିକ୍ସ, ସିଡ୍ ପୋଷ୍ଟ, ସଞ୍ଚୟ ଓ ବିଭିନ୍ନ ଆକ ସେବା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ସେବାକୁ ଉପଯୋଗ କରି ସ୍ଥାନୀୟ ଉତ୍ପାଦକୁ ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇ ଉଦ୍ୟୋଗୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏସ୍ଏନ୍ଜି 3 ଏସ୍ଏସ୍ଏମ୍ଇ ପ୍ରତିନିଧିମାନେ ନିଜ ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ସମସ୍ୟା ପ୍ରଶ୍ନ ଉଠାଇଥିଲେ। ପୋଷ୍ଟମାଷ୍ଟର ଜେନେରାଲ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଭାରତୀୟ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ ସହଯୋଗର ଆଶ୍ବାସନ ଦେଇଥିଲେ। ସ୍ଥାନୀୟ ଉଦ୍ୟୋଗୀଙ୍କୁ ଡାକ ବିଭାଗର ସେବା ସହ ଯୋଡ଼ି ସେମାନଙ୍କ ବ୍ୟବସାୟର ବଜାର ବିସ୍ତାର କରିବା ହିଁ ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଏଥିସହ ଡାକବିଭାଗରେ ଉତ୍କର୍ଷ ପ୍ରଦର୍ଶନକୁ ନେଇ ୩ ଜଣ କର୍ମଚାରୀଙ୍କୁ ପୁରୁସ୍କୃତ କରାଯାଇଥିଲା।
