ଡିଏଭି ପବ୍ଲିକ ସ୍କୁଲର ୩୧ତମ ପ୍ରତିଷ୍ଠା ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 11, 2026100 views

ତାଳଚେର: ତାଳଚେରସ୍ଥିତ ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗକ୍ଷେତ୍ରର ୩୧ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଆଡମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ବୈଦିକ ହୋମଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ପଦ୍ମଶ୍ରୀ ଡଃ ଅଦୈତ୍ୟ ଚରଣ ଗଡ଼ନାୟକ ମୁଖ୍ୟ ଅତିଥି ଏବଂ ପ୍ରତିଭା ମହିଳାମଣ୍ଡଳର ସଭାପତି ଅସ୍ମିତା ଯୋଶୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ୨୦୨୫ ମସିହାର ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ସୁଶ୍ରୀ ଏସ୍. ମିନାକ୍ଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨୦୨୫-୨୬ ଶିକ୍ଷାବର୍ଷର ୬୦ ଜଣ ଦଶମ ଏବଂ ୧୯ ଜଣ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ସଫଳତାର ପ୍ରଶଂସା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିଏଭି ଜୋନ୍–ବିର ସହକାରୀ ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ ପଣ୍ଡା ଛାତ୍ରଛାତ୍ରୀଙ୍କୁ ନିରନ୍ତର ପରିଶ୍ରମ କରି ଉଚ୍ଚ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ।
ଉତ୍ସବରେ ଏମ୍ସିଏଲ୍ର ଅଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ଅଭିଭାବକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ ଶିକ୍ଷୟିତ୍ରୀ ଇତିଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ
