--:--:--
-- ---
Srishti News

ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ଟ୍ରାଫିକ ଜାମ ସମସ୍ୟା, କଳିଙ୍ଗ ହସ୍ପିଟାଲ ଛକରେ ଅସ୍ତବ୍ୟସ୍ତ ଯାତାୟାତ

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ କୁମାର ପ୍ରଧାନ ଭୁବନେଶ୍ୱରJuly 10, 202665 views
ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ଟ୍ରାଫିକ ଜାମ ସମସ୍ୟା, କଳିଙ୍ଗ ହସ୍ପିଟାଲ ଛକରେ ଅସ୍ତବ୍ୟସ୍ତ ଯାତାୟାତ
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଟ୍ରାଫିକ ଜାମ ସମସ୍ୟା ଗୁରୁତର ରୂପ ନେଉଥିବା ବେଳେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି କଳିଙ୍ଗ ହସ୍ପିଟାଲ ଛକରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ଲାଗି ରହିଥିବାରୁ ଯାତ୍ରୀ, କାର୍ଯ୍ୟାଳୟ ଯାଉଥିବା କର୍ମଚାରୀ ଏବଂ ରୋଗୀବାହୀ ଯାନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଛକରେ ଟ୍ରାଫିକ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଯାନବାହନ ଚଳାଚଳକୁ ସଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିନଥିଲା। ଫଳରେ କିଛି ଅମାନିଆ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଛକ ମଝିରେ ଗାଡ଼ି ରଖିବା ଏବଂ ବେପରୁଆ ଭାବେ ଯାନ ଚଳାଇବା ଯୋଗୁଁ ଟ୍ରାଫିକ ଜାମ ଅଧିକ ଗମ୍ଭୀର ହୋଇଥିଲା। ପ୍ରତିଦିନ ସହରର ବିଭିନ୍ନ ପ୍ରମୁଖ ଛକରେ ଏଭଳି ଟ୍ରାଫିକ ସମସ୍ୟା ଦେଖାଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଟ୍ରାଫିକ ବ୍ୟବସ୍ଥାରେ ଅଧିକ କଡ଼ାକଡ଼ି, ସିଗନାଲ ବ୍ୟବସ୍ଥାର ସୁଧାର ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଲୋକମାନେ ଦାବି କରିଛନ୍ତି।