ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ନୂଆ ଲ୍ୟାବ୍: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହନ୍ତସନ୍ତ!
Balasore (ବାଲେଶ୍ୱର)ରିପୋର୍ଟ ପ୍ରଭାତ କୁମାର ବାରିକ ବାଲେଶ୍ଵରJuly 9, 202656 views

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ "ଜିଲ୍ଲା ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର" (DIPHL) ର ଭବନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।ପୁରୁଣା ଲ୍ୟାବ୍ରେ ଜାଗା ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀମାନେ ଭୋର ସକାଳୁ ଆସି ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।
ଗତ ବର୍ଷ (୨୦୨୩) ନଭେମ୍ବରରୁ କାମ ଆରମ୍ଭ ହୋଇ ଏବେ କୋଠା ପ୍ରସ୍ତୁତ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ଉଦ୍ଘାଟନ ହୋଇପାରୁ ନାହିଁ।ଆବଶ୍ୟକୀୟ ଫଣ୍ଡ ମଞ୍ଜୁର ହୋଇ ନଥିବାରୁ ନୂଆ ମେସିନ୍, ଡାକ୍ତରୀ କର୍ମଚାରୀ କିମ୍ବା ଟେକ୍ନିସିଆନ୍ ନିଯୁକ୍ତି ହୋଇନାହିଁ।
ସରକାରୀ ଲ୍ୟାବ୍ରେ ସମସ୍ୟା ଯୋଗୁଁ ଗରିବ ରୋଗୀମାନେ ବାଧ୍ୟ ହୋଇ ବାହାର ପ୍ରାଇଭେଟ୍ କ୍ଲିନିକରେ ଅଧିକ ଟଙ୍କା ଖର୍ଚ୍ଚ କରି ଟେଷ୍ଟ୍ କରାଉଛନ୍ତି।
ବାଲେଶ୍ୱର ସମେତ ପଡ଼ୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ହଜାର ହଜାର ରୋଗୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ନୂଆ ଲ୍ୟାବ୍କୁ କାର୍ଯ୍ୟକ୍ଷମ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
