ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସରେ ମଦ ଦୋକାନ ବନ୍ଦ ଦାବି; ଶତାଧିକ ମହିଳାଙ୍କ ବିରୋଧ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 9, 202648 views

ତାଳଚେର: ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ମଦ ଦୋକାନକୁ ବନ୍ଦ କରିବା ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ପାଖା ପାଖି କଲୋନୀର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି।
ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଦୋକାନରୁ ମଦ କିଣି ଅନେକ ବ୍ୟକ୍ତି ମାର୍କେଟ ପରିସର ଓ ଆଖପାଖ ଅଞ୍ଚଳରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏହା ଯୋଗୁଁ ମହିଳା, ଶିଶୁ ଓ ସ୍ଥାନୀୟ ବାସିନ୍ଦାମାନେ ନିତ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଅସୁରକ୍ଷିତ ମନେ କରୁଛନ୍ତି।
ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ମଦ ଦୋକାନକୁ ତୁରନ୍ତ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଶତାଧିକ ମହିଳା ଦାବି ଜଣାଇଛନ୍ତି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସେମାନେ ସତର୍କ କରିଛନ୍ତି।
