--:--:--
-- ---
Srishti News

ଡିଏଭି କଲେଜ ସମ୍ମୁଖର ରାସ୍ତା ପାଲଟିଛି ମରଣ ଯନ୍ତା

Balangir (ବଲାଙ୍ଗୀର)ରିପୋର୍ଟ : କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼July 9, 2026179 views
ଡିଏଭି କଲେଜ ସମ୍ମୁଖର ରାସ୍ତା ପାଲଟିଛି ମରଣ ଯନ୍ତା
ବଲାଙ୍ଗୀର-ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଥିବା ଡିଏଭି ମହାବିଦ୍ୟାଳୟ ସମ୍ମୁଖରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ବଡ଼ବଡ଼ ଖାଲ ରହିଯାଇଛି l ଏହି ରାସ୍ତାଦେଇ ସିନ୍ଧେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ରାୟପୁରକୁ ଗାଡ଼ିମଟର ଯାତାୟାତ ହେଉଛି l ମୁଖ୍ୟ ରାସ୍ତାଟି ଏଭଳି ଦୟନୀୟ ଅବସ୍ଥାରେ ରହିଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି l ଏହି ରାସ୍ତାଦେଇ ସରକାରୀ ଅଧିକାରୀ ଓ ନେତାମନ୍ତ୍ରୀମାନେ ମଧ୍ୟ ଯାତାୟାତ କରୁଛନ୍ତି କିନ୍ତୁ କାହାର ଦୃଷ୍ଟି ଗୋଚରକୁ ଆସୁନାହିଁ l କୌଣସି ଦୁର୍ଘଟଣା ଘଟିଲେ ଦାୟୀ କିଏ ହେବ? ଏହି ଦୟନୀୟ ଅବସ୍ଥାରେ ଥିବା ଗର୍ତ୍ତ ଗୁଡିକକୁ ଅତିଶୀଘ୍ର ମରାମତି କରିବା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବୀରେନ୍ଦ୍ର ବାଗ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l