ଶିଶୁ ବାଟିକା ନିଯୁକ୍ତି ନେଇ ଭାଇରାଲ୍ ଚିଠି ଜାଲ୍, ସ୍ପଷ୍ଟ କଲେ ସରକାର
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 8, 202656 views

ସୋସିଆଲ ମିଡିଆରେ ବୁଲୁଛି ଜାଲ୍ ଚିଠି, ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ଖବରକୁ ମିଛ କହିଲେ ସରକାର । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଏକ ଚିଠି ସମ୍ପୂର୍ଣ୍ଣ ଜାଲ୍ ଏବଂ ମନଗଢ଼ା ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି
ସୋସିଆଲ ମିଡିଆରେ ବୁଲୁଛି ଜାଲ୍ ଚିଠି, ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ଖବରକୁ ମିଛ କହିଲେ ସରକାର । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଏକ ଚିଠି ସମ୍ପୂର୍ଣ୍ଣ ଜାଲ୍ ଏବଂ ମନଗଢ଼ା ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଅର୍ଥ ବିଭାଗ ନାମରେ ଜାରି ହୋଇଥିବା ଏହି ଚିଠି ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ । ଏହି ଜାଲ୍ ଚିଠିରେ ଦାବି କରାଯାଇଥିଲା ଯେ, ଓସେପା ଅଧୀନରେ ୭ ହଜାର ୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ପାଇଁ ସରକାରୀ ମଞ୍ଜୁରୀ ମିଳିଛି ।
ଏପରିକି ନିଯୁକ୍ତ ହେବାକୁ ଥିବା ପ୍ରତି ଶିକ୍ଷକଙ୍କୁ ମାସିକ ୨୬ହଜାର ଟଙ୍କା ଦରମା ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ ଥିଲା । ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ ସରକାରୀ ରେକର୍ଡରେ ଏହି ପତ୍ରର କୌଣସି ଆଧାର ନାହିଁ । ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା ଏବଂ ବିଷୟବସ୍ତୁ ସବୁ ଜାଲ୍ । ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ । ଏଣୁ ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
