--:--:--
-- ---
Srishti News

ଭାରତରେ ସାର ଯୋଗାଣ ସୁଦୃଢ଼, 15 ଜାହାଜ ସୁରକ୍ଷିତ ଭାବେ ପହଞ୍ଚିଲା

ରିପୋର୍ଟ : ସୁକାନ୍ତ ପ୍ରଧାନJuly 6, 202658 views
ଭାରତରେ ସାର ଯୋଗାଣ ସୁଦୃଢ଼, 15 ଜାହାଜ ସୁରକ୍ଷିତ ଭାବେ ପହଞ୍ଚିଲା
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ସଂଘର୍ଷ ମଧ୍ୟରେ ମଧ୍ୟ ଭାରତ ସାର ଯୋଗାଣ ସୁଚାରୁ ଭାବେ ଜାରି ରଖିଛି । ସାର ଓ କଞ୍ଚାମାଲ ନେଇ ଆସୁଥିବା 15ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳଡମରୁମଧ୍ୟ ପାର କରି ଭାରତ ଦିଗରେ ଆସୁଛି । ଏହା ଫଳରେ ଦେଶର ସାର ଭଣ୍ଡାର ଆହୁରି ବୃଦ୍ଧି ପାଇବ । ସରକାର ସମୟୋପଯୋଗୀ ଯୋଜନା ଓ ବିଦେଶୀ ମିଶନମାନଙ୍କ ସହଯୋଗରେ ଓମାନ, ରୁଷ, ମିଶର ସହିତ ଅନେକ ଦେଶରୁ ସାର ଆମଦାନୀ ସୁନିଶ୍ଚିତ କରିଛି । ଏହା ସହିତ ଦେଶୀୟ ଉତ୍ପାଦନରେ ମଧ୍ୟ ବୃଦ୍ଧି ହୋଇଛି ଓ ସମସ୍ତ ୟୁରିଆ କାରଖାନା ପୂର୍ଣ୍ଣ କ୍ଷମତାରେ ଚାଲୁଛି। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ୟୁରିଆ ଓ ଡିଏପି ଉତ୍ପାଦନ ଲକ୍ଷ୍ୟକୁ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ପ୍ରୟୋଜନୀୟ ସାରର 50% ରୁ ଅଧିକ ଭଣ୍ଡାର ଉପଲବ୍ଧ ଅଛି । କେନ୍ଦ୍ର ସରକାର କହିଛନ୍ତି ଯେ, କୃଷକମାନଙ୍କୁ ସମୟରେ ସସ୍ତା ଦରରେ ସାର ଯୋଗାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ।