ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦାନଗଦି ବ୍ଲକ କଣ୍ଟିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମିତ
Jajpur (ଯାଜପୁର)ରିପୋର୍ଟ -ନିରୋଜ କୁମାର ସେଠୀJuly 6, 202648 views

ଯାଜପୁର କଳିଙ୍ଗନଗର, ୬/୭ : ସ୍ଥାନିୟ ଅଞ୍ଚଳର ବିକାଶ ଏବଂ ପ୍ରାକ୍-ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଓଲ୍ଲଳ ପଞ୍ଚାୟତର କଣ୍ଟିପୁର ଗ୍ରାମରେ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପକ୍ଷରୁ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ନୂତନ କେନ୍ଦ୍ରକୁ ଏନଆଇଏନଏଲର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ପଦ୍ମପାଳ ସ୍ଥାନୀୟ ଅଞ୍ଚଳ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ଅବସରରେ ଓଲ୍ଲଳ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ଏନଆଇଏନଏଲର ଚିଫ୍ ହ୍ୟୁମ୍ୟାନ୍ ରିସୋର୍ସେସ୍ ଅଫିସର ଅନିମେଶ ସାମନ୍ତ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଏନଆଇଏନଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ଶିଶୁମାନଙ୍କୁ ଏକ ସୁରକ୍ଷିତ ଏବଂ ଅନୁକୂଳ ପରିବେଶରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ନିର୍ମିତ ଏହି ନୂତନ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ପ୍ରଶସ୍ତ ମୁଖ୍ୟ ହଲ୍, ଏକ ରୋଷେଇ ଘର, ଏକ ସ୍ୱତନ୍ତ୍ର ଷ୍ଟୋର ରୁମ୍ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି।
ଅତିଥିମାନଙ୍କ ଦ୍ୱାରା ଶିଶୁମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।
