--:--:--
-- ---
Srishti News

ପାଦ ଥାପିବାକୁ ଯାଗା ଖୋଜୁଛନ୍ତି ଡାନି

Jajpur (ଯାଜପୁର)ରିପୋର୍ଟ : ଅନିଲ କୁମାର ଜେନାJuly 6, 202642 views
ପାଦ ଥାପିବାକୁ ଯାଗା ଖୋଜୁଛନ୍ତି ଡାନି
ଏକଦା ସୁକିନ୍ଦା ମାଟିରେ ଦୀର୍ଘ ବର୍ଷର ଶାସନତନ୍ତ୍ର ମଧ୍ୟରେ ବିଗତ ବିଧାନସଭା ବିର୍ବାଚନରେ ପରାଜୟ ବରଣ କରି ଖଣି ଅଞ୍ଚଳରେ ପାଦ ଥାପିବାକୁ ପ୍ରୀତିରଞ୍ଜନ (ଡାନି )ଯାଗା ଖୋଜୁଥିବା ଅନୁମେୟ ହେଉଛି.ଦୀର୍ଘ ବର୍ଷର ଶାସନକାଳରେ ଭୁବନେଶ୍ୱର ଠାରୁ ଯାଜପୁରରୋଡ଼, ସୁକିନ୍ଦା ଠାରୁ ଖଣି ଅଞ୍ଚଳ ପର୍ଯ୍ୟନ୍ତ ଦିବା ରାତ୍ର ପର୍ଯ୍ୟନ୍ତ ଲାଗୁଥିବା ଲୋକଙ୍କ ଭିଡ଼ ରେ ଜବନିକା ପୋଡ଼ିଯାଇଛି. ଏକଦା ଘଡେଇ ପରିବାରର ଅନୁଗାମୀ ଥିବା ବିଶ୍ୱଜିତ ଦାସ (ବେବି )ଙ୍କ ଠାରୁ ବିଦ୍ୟାଧର ପାତ୍ରଙ୍କ ଭଳି ଆଗ ଧାଡ଼ିର କର୍ମି ଦଳ ଡିଆଁ ମାରିଲା ପରେ ଘଡେଇ ଶିବିର ଫାଙ୍କା ପଡିଯାଇଛି.ଯାଜପୁରରୋଡ଼ ଠାରୁ ଖଣିଅଞ୍ଚଳ ରେ ଲୋକଙ୍କ ଭିଡ଼ କମିଯାଇଛି. ଡାନି (ପ୍ରୀତିରଞ୍ଜନ ) କିଛି ଯୁବକ ଙ୍କ ଜରିଆରେ କେବଳ ସାମାଜିକ ଗଣ ମାଧ୍ୟମ କୁ ଆୟୁଧକରି ଆତ୍ମପ୍ରଚାର କରୁଥିବା ଅନୁମେୟ ହେଉଛି. ଯୁଆଡେ ଗଲେ ଖାଁ ଖାଁ ଆଗ ଭଳି ଲୋକଙ୍କ ଆଗମନ ନାହିଁ.ନିଜ କର୍ମି ଠିକାଦାର ପଛରେ ଦୌଡ଼ି ଘଡେଇ ପରିବାରକୁ ବାଏ ବାଏ କହିଥିବା ବେଳେ ଡାନି ନିଜର ରାଜନୈତିକ ଶକ୍ତିକୁ ଏକାଠି କରି ନିର୍ବାଚନ ରଣାଙ୍ଗନ ରେ ପାରି ହେବାକୁ ଔଷଧ ବିକଳ ରେ ତାଟିଆ କାମୁଡୁଥିବା ଦେଖିବାକୁ ମିଳୁଛି. ଦିନେ ଯାହାଙ୍କ ଆଗମନ ରେ ଆଗ ପଛ ଭିଡ଼ ଜମୁଥିଲା. ଆଜି ପାଞ୍ଚ ରୁ ଅଧିକ ସଂଖ୍ୟା ଦେଖିବାକୁ ମିଳୁନି. ଶ୍ରମିକ ଶୋଷଣ, ଦଳିତ ଆଦିବାସୀ, ବିସ୍ଥାପିତ, ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରି ପରାଜୟ ବରଣ କରିଥିବା ଡାନି ଆଜି ସତେ ଯେପରି ସୁକିନ୍ଦା ବାସୀଙ୍କ ପାଇଁ ଅଲୋଡ଼ା ହେଇଯାଇଛନ୍ତି. ସାଉଁଟିବା କାଣ୍ଡ ଯେଭଳି ଯୁଦ୍ଧ ରେ ନ ଲାଗିବା ଭଳି ଅବସ୍ଥା ଦୃଶ୍ୟମାନ ହେଉଛି. ଡାନି କିଛି ଯୁବକ ଙ୍କ ଜରିଆରେ ସୋସିଆଲ ମିଡ଼ିଆ ରେ ହୋ ହାଲ୍ଲା କରୁଛନ୍ତି ସତ କିନ୍ତୁ ଡାନି ଙ୍କ ପାଇଁ ସୁକିନ୍ଦା ଖଣି ଅଞ୍ଚଳରେ ପାଦ ଥାପିବାକୁ ମାଟି ଖୋଜୁଥିବା ଅନୁମେୟ ହେଉଛି.