--:--:--
-- ---
Srishti News

ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟJuly 5, 2026150 views
ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ
ଟିଟିଲାଗଡ଼ :-୫/୭/୨୬ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଘୋଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନଅ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବବୁଲୁ ଜାଲ , ସି.ଆର.ଜି ରଜତ କୁମାର ଛତର ଓ ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ଡୁଙ୍ଗଡୁଙ୍ଗ ପରିଚାଳନା କରିଥିଲେ। ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ଗୁଣାତ୍ମକ ବିକାଶ ନିମନ୍ତେ ବାର୍ଷିକ ଶୈକ୍ଷିକ କ୍ୟାଲେଣ୍ଡର, ଆକଳନର ରୂପରେଖ , ସମୟ ନିର୍ଘଣ୍ଟ, ବାର୍ଷିକ କାର୍ଯ୍ୟ ଯୋଜନା, ଶିକ୍ଷଣ ଫଳାଫଳ ପୁସ୍ତିକା, ଶୈକ୍ଷିକ ସମ୍ବଳ, ପାଠ ଯୋଜନା, ଶିକ୍ଷଣ ସୋପାନ ରେଜିଷ୍ଟର, ଯାଦୁ ପେଡି ଏବଂ ପାଠଟୀକା ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।ଏହାବ୍ୟତୀତ ବିଭିନ୍ନ କମିଟି ଗଠନ, ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ, ଉଲ୍ଲାସ କାର୍ଯ୍ୟକ୍ରମ , ୟୁଟ୍ୟୁବ ମାଧ୍ୟମରେ ବା ଡିଜିଟାଲ ପାଠ ପଢ଼ା ଏବଂ ସ୍କୁଲ ସେଫଟି ସହିତ ବିଦ୍ୟାଳୟର ଆନୁଷଙ୍ଗିକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ସହ ଶିକ୍ଷକ ଅଜୟ କୁମାର ରାଉତ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇ ସଭା କୁ ସାଙ୍ଗ କରିଥିଲେ ।