--:--:--
-- ---
Srishti News

ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJuly 5, 202673 views
ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬
ଭଦ୍ରକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସଂଗଠନକୁ ଆହୁରି ସୁଦୃଢ଼ ଏବଂ ସମୟୋପଯୋଗୀ କରିବା ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ପ୍ରଶିକ୍ଷଣ ମହାଅଭିଯାନ ମାଧ୍ୟମରେ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବୈଚାରିକ, ସାଙ୍ଗଠନିକ ଏବଂ ବୈଷୟିକ ଭାବେ ସଶକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ। କର୍ମଶାଳାରେ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମର ବ୍ୟବହାର, ଅନଲାଇନ୍ ପ୍ରଶିକ୍ଷଣ ପ୍ରକ୍ରିୟା, ସଦସ୍ୟମାନଙ୍କର ପଞ୍ଜୀକରଣ, ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ପଦ୍ଧତି ଏବଂ ସଂଗଠନର ବିଭିନ୍ନ କାର୍ଯ୍ୟକୁ ପ୍ରଯୁକ୍ତି ସହିତ ସଂଯୋଜନ କରିବା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ ଉତ୍ସାହର ସହିତ କର୍ମଶାଳାରେ ଅଂଶଗ୍ରହଣ କରି ଡିଜିଟାଲ ପ୍ଲାଟଫର୍ମର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ ହୋଇଥିଲେ। ଆଗାମୀ ଦିନରେ ଏହି ପ୍ରଶିକ୍ଷଣ ସଂଗଠନର କାର୍ଯ୍ୟକୁ ଅଧିକ ଗତିଶୀଳ ସୁବ୍ୟବସ୍ଥିତ ଏବଂ ଜନମୁଖୀ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ମୋର୍ଚ୍ଚାର ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଏବଂ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏହି କର୍ମଶାଳାକୁ ଅଧିକ ସଫଳ ଏବଂ ପ୍ରେରଣାଦାୟକ କରିଥିଲା।