ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ମାନଙ୍କରେ ଥିବା ପକ୍କା ରାସ୍ତା କୁ ପାଇପ୍ ଲାଇନ୍ ବିଛାଇବା ପରେ ରାସ୍ତାକୁ କଂକ୍ରିଟ ନ କରିବାରୁ ଜନ ଆନ୍ଦୋଳନ ଚେତାବନୀ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡJuly 4, 202640 views

ଜୁନାଗଡ଼ : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନେକ ୱାର୍ଡ ମାନଙ୍କରେ ରେ ଦେଖିବାକୁ ମିଳୁଛି ପାଇପ୍ ଲାଇନ୍ ବିଛାଇବା ପରେ ମଧ୍ୟ ପକ୍କା ରାସ୍ତା କୁ ପୁନର୍ବାର କଂକ୍ରିଟ କରା ଯାଇ ନାହିଁ। ୱାର୍ଡ ନମ୍ବର ୩ ର କେତେକ ବାସିନ୍ଦା କହିବାନୁସାରେ ରାସ୍ତାକୁ ପାଇପ୍ ଲାଇନ୍ ବିଛାଇବା ପାଇଁ ଖୋଲା ଯାଇ ଥିଲା। କିନ୍ତୁ ପାଇପ୍ ବିଛାଇବା ପରେ ମଧ୍ୟ ରାସ୍ତାକୁ କଂକ୍ରିଟ ନ ଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରାଞ୍ଚଳ ର ରାସ୍ତା ଏହିପରି ସ୍ଥଳେ ଗ୍ରାମାଞ୍ଚଳ ରାସ୍ତା କିପରି ଥିବ ସହଜରେ ଅନୁମାନ କରାଯାଇପାରେ।ଏଣୁ ଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।
