ଶଯ୍ୟାଶାୟୀ ସୁନିତା, ସହାୟତା ପାଇଁ ସ୍ୱାମୀଙ୍କ ନିବେଦନ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 4, 202646 views

ବାଲେଶ୍ଵର :ବର୍ଷେ ଧରି କିଡନି ରୋଗରେ ଛଟପଟ ହେବା ସହିତ ଶଯ୍ୟାରେ ପଡିରହିଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତର ସୁନିତା ଜେନା। ଅର୍ଥାଭାବରୁ ମିଳିପାରୁନି ଉପଯୁକ୍ତ ଚିକିତ୍ସା। ତାଙ୍କ ସ୍ୱାମୀ ଦିଲ୍ଲୀପ ଜେନା ହେଉଛନ୍ତି ଜଣେ ଦିନମଜୁରିଆ। କେତେ କାମ ମିଳେ ତ ଆଉ କେବେ ନାହିଁ। ମାସକୁ ୧୦ କିଲୋଗ୍ରାମ ଚାଉଳ ଆଉ ଶ୍ରମିକ ଭାବେ ଯେଉଁ କିଛି ଟଙ୍କା ମିଳୁଛି, ସେଥିରେ ପରିବାର ନିର୍ଭରଶୀଳ। ଏଭଳି ସ୍ଥିତିରେ ସୁନିତାଙ୍କ ଚିକିତ୍ସା କରାଇବା ଦିଲ୍ଲୀପଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡିଛି।
ସୁନିତାଙ୍କ ବୟସ ମାତ୍ର ୨୪ ବର୍ଷ। ଯେଉଁ ବୟସରେ ଘରର ସମସ୍ତ ଦାୟିତ୍ୱ ତୁଲାଇ ଏକ ସୁନ୍ଦର ସଂସାର ଗଢିବା କଥା, ସେ ବୟସରେ ପରିବାର ପାଇଁ କିଛି ନ କରି ପାରିବା, ତାଙ୍କୁ ଚିନ୍ତାରେ ପକାଇଛି। ବର୍ଷେ ହେବ କିଡନି ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସୁନିତା।
ରେମୁଣା ବ୍ଲକ ନିଜାମପୁରର ବାରେନ୍ଦ୍ର ଜେନାଙ୍କ ପୁଅ ଦିଲ୍ଲୀପ ୨୦୧୭ ମସିହାରେ ସୁନିତାଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ଜନ୍ମଲାଭ କରିଥିଲା। ଝିଅ ୮ ବର୍ଷର ହୋଇଥିବା ବେଳେ ପୁଅ ୧ ବର୍ଷର। ବେଶ୍ ସୁଖରେ ପରିବାର ସହିତ ଦିନ ଅତିବାହିତ ହେଉଥିଲା। ହେଲେ ଗତବର୍ଷଠାରୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ଅଳ୍ପମାସର କିଡନି ପରେ କିଡନି ସଂକ୍ରମଣ ହୋଇଥିଲା। ଲାଗି ସୁନିତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସେଠାରେ ଜଣାପଡିଲା କି ସୁନିତାଙ୍କର ଲେଫ୍ଟ କିଡନି ନଷ୍ଟ ହୋଇଯାଇଛି। ସେଠାରେ କିଛିଦିନ ଚିକିତ୍ସା କରିବା ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇଲେ। ହେଲେ ଅର୍ଥ ଅଭାବରୁ ଦିଲ୍ଲୀପ ତାଙ୍କୁ ଘରକୁ ଫେରାଇ ଆଣିଲେ। ସୁନିତା ଶଯ୍ୟାଶାୟୀ ହେବା ପରେ ପୂରା ପରିବାର ଭାଙ୍ଗି ଏବଂ ଦିଲ୍ଲୀପଙ୍କ ଉପରେ ରୋଷେଇଠାରୁ ଆରମ୍ଭ କରି ପିଲାଙ୍କ ଦେଖାଶୁଣା ଓ ପାଠପଢା; ସବୁ ଦାୟିତ୍ୱ ଏକା ଦିଲ୍ଲୀପ ବୁଝୁଛନ୍ତି।
ବର୍ତ୍ତମାନ ସୁନିତା ଘରେ ରହିଥିବା ବେଳେ ସପ୍ତାହରେ ୨ ଥର ବାଲେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାଏଲିସିସ୍ କରାଯାଉଛି। ସେଥିରେ ବି ଦିଲ୍ଲୀପଙ୍କ ସମସ୍ତ ଗାଣ୍ଠିଧନ ବେଳେ କୋଲାରା ଠିକ୍ ଭାବେ କରିପାରୁ ନାହାନ୍ତି। ଗୋଟିଏ ପଟେ ସ୍ତ୍ରୀଙ୍କ ଚିକିତ୍ସା ଓ ଅନ୍ୟପଟେ ଦୁଇ ପିଲାଙ୍କ ଭବିଷ୍ୟତ ଚିନ୍ତା ବି ଅଛି। ମେପଟେ ଏକ ବର୍ଷର ବାଳ ପୁଅ ମା' କ୍ଷୀର ଖାଇଥିବା ବେଳେ ଅସୁସ୍ଥ ମା' ପାଖେ, କ୍ଷୀର ଭୋଗ ନମିଳିବାରୁ ତା'ର ସ୍ୱାସ୍ୟ୍ଥ ଅବସ୍ଥା ମଧ୍ୟ ବିଗୁଡୁଛି। ସୁନିତାଙ୍କ କିଡନି ପ୍ରତ୍ୟାରୋପଣ ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେଣୁ ସେ ଭଦ୍ରଖ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।
