--:--:--
-- ---
Srishti News

ସେଲଫି ନେବା ବେଳେ ଅଘଟଣ! ପାଦ ଖସି ଯିବାରୁ ପଚାଶ ଫୁଟ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ!

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରାJuly 4, 202660 views
ସେଲଫି ନେବା ବେଳେ ଅଘଟଣ! ପାଦ ଖସି ଯିବାରୁ ପଚାଶ ଫୁଟ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ!
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଡୋକ୍ରିଚଞ୍ଚରା ଜଳ ପ୍ରପାତ ରେ ଅଘଟଣ! ସେଲଫି ନେବା ସମୟରେ ଗୋଡ ଖସି ଯିବାରୁ ପ୍ରାୟ ପଚାଶ ଫୁଟ ତଳକୁ ପଡି ଘଟଣା ସ୍ଥଳ ରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି |ମୃତ ଯୁବକ ଜଣକ ହେଲେ ଛତିଶ ଗଡ଼ ଦେଭୋଗ କର୍ଲାଗୁଡା ଗ୍ରାମ ର ଲୋକେଶ ଦୌରିଆ ବୋଲି ଜଣା ପଡିଛି!ସେ ବୁଲିବାକୁ ଆସି ଥିଲେ | ଅଗ୍ନିସମ ବିଭାଗ ପକ୍ଷରୁ ମୃତ ଉଦ୍ଧାର କରିଥିବା ବେଳେ ଆମପାଣି ପୋଲିସ ମୃତ ଦେହ ଜବତ କରିଛି!ବର୍ତ୍ତମାନ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି।