--:--:--
-- ---
Srishti News

୧୦ ଦଫା ଦାବି ପୂରଣ ପାଇଁ ଡାକ୍ତରଙ୍କ ଆନ୍ଦୋଳନ୍

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 3, 202685 views
୧୦ ଦଫା ଦାବି ପୂରଣ ପାଇଁ ଡାକ୍ତରଙ୍କ ଆନ୍ଦୋଳନ୍
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (ଓମସା) ଡାକ୍ତରମାନେ ୧୦ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସୋସିଏଶନର ବାଲେଶ୍ୱର ଶାଖା ପକ୍ଷରୁ ଡାକ୍ତରମାନେ ବୁଧବାର କାର୍ଯ୍ୟବନ୍ଦ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଧାରଣାରେ ବସିଥିଲେ। ଯୋଗ୍ୟତା ଚାରିଖସୁ କେନ୍ଦ୍ରୀୟ ବେତନ ଢାଞ୍ଚା ଅନୁଯାୟୀ ଡିଏସିପି ଲାଗୁ କରିବା, ଓଏମଏସଏସ ବେତନ ଢାଞ୍ଚା ସଂଶୋଧନ, ଅନ୍ୟ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ଭଳି ବିନା ସର୍ତ୍ତରେ ଲେଭଲ-୧୫ ଉଚ୍ଛେଦ କରିବା, ସମସ୍ତ ଗ୍ରେଡ୍‌ର ଆନୁପାତିକ କ୍ୟାଡର ପୁନର୍ଗଠନ ଆଦି ଦାବି ରହିଛି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସଞ୍ଜୀବ ପ୍ରଧାନ, ଗିରିଜା ଦାସ, ସରୋଜ ରାଉତ, ବସନ୍ତ ଉପାଧ୍ୟାୟ, ଦିଲୀପ ପାତ୍ର, ଗିରିଜା ମହନ୍ତ, ଗୁରୁଦାସ ମହାପାତ୍ର, ସରୋଜିନୀ ପ୍ରଧାନ, ଜ୍ଞାନ ବେହେରା, ସୁଜିତ ମହାପାତ୍ର, ଧୀରେଶ ଷଡ଼ଙ୍ଗୀ ପ୍ରମୁଖ ଓମସା କ୍ୟାଡର ଡାକ୍ତରମାନେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲୀପ ଜେନା କହିଛନ୍ତି, ଓମସାର ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବା ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହେବା ସ୍ୱାଭାବିକ। ତଥାପି ଓମସାର ସଦସ୍ୟ ନ ଥିବା ଆୟୁଷ ଡାକ୍ତରମାନଙ୍କ ଦ୍ୱାରା ରୋଗୀସେବା ଯୋଗାଇ ଦିଆଯାଉଛି।