ତାଳଚେର କୋଇଲା କ୍ଷେତ୍ରର ନୂତନ ସିଜିଏମ୍ ଭାବେ ଅଜୟ କୁମାର ସିଂହଙ୍କ ଦାୟିତ୍ୱ ଗ୍ରହଣ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202663 views

ତାଳଚେର: କୋଲ୍ ମାଇନ୍ର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧଳ ଅବସର ଗ୍ରହଣ କରିବା ପରେ ନୂତନ ସିଜିଏମ୍ (CGM) ଭାବେ ଶ୍ରୀଯୁକ୍ତ ଅଜୟ କୁମାର ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂହ କହିଛନ୍ତି ଯେ, ତାଳଚେର କୋଲ୍ ମାଇନ୍ର ବିଭିନ୍ନ ଖଣି ଓ କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରାଯିବ। ସମସ୍ତ ସମସ୍ୟାର ପର୍ଯ୍ୟାୟକ୍ରମେ ସମାଧାନ କରିବା ସହ କୋଇଲା ଉତ୍ପାଦନ, କାର୍ଯ୍ୟଦକ୍ଷତା ଓ ଶ୍ରମିକ କଲ୍ୟାଣକୁ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ନୂତନ ସିଜିଏମ୍ଙ୍କ ଏହି ପ୍ରତିଶ୍ରୁତିକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳରେ ଆଶାର ସଞ୍ଚାର ହୋଇଛି।
