ସ୍ରିଷ୍ଟି ନିୟୁଜ୍ର ଖବର ପ୍ରସାରଣର ପ୍ରଭାବ: ଦ୍ରୁତ ଗତିରେ ଆରମ୍ଭ ହେଲା ମେଘା ପାଣି ପ୍ରକଳ୍ପର କାମ
Ganjam (ଗଞ୍ଜାମ)ରିପୋର୍ଟ : ପିତାମ୍ବର ମହାରଣା, ଛତ୍ରପୁରJuly 3, 202676 views

ଛତ୍ରପୁର: ଛତ୍ରପୁର ଓ ରଙ୍ଗେଇଲୁଣା ବ୍ଲକ ପାଇଁ ଉଦ୍ଦିଷ୍ଟ ମେଘା ପାଣି ପ୍ରକଳ୍ପର କାମ ଦୀର୍ଘଦିନ ଧରି ଅଟକି ରହିଥିଲା। ଏହି ସମସ୍ୟାକୁ ସ୍ରିଷ୍ଟି ନିୟୁଜ୍ ପ୍ରମୁଖତାର ସହ ପ୍ରସାରଣ କରିବା ପରେ ପ୍ରଶାସନ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।
ଖବର ପ୍ରସାରଣ ପରେ ଗତ ଦୁଇ ଦିନ ଧରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଦୀର୍ଘଦିନର ଅବହେଳା ପରେ କାମ ଆରମ୍ଭ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
ସ୍ଥାନୀୟ ବାସିନ୍ଦାମାନେ ସ୍ରିଷ୍ଟି ନିୟୁଜ୍ ର ଜନସ୍ୱାର୍ଥମୂଳକ ସାମ୍ବାଦିକତାକୁ ପ୍ରଶଂସା କରିବା ସହ ପ୍ରକଳ୍ପଟି ଶୀଘ୍ର ସମ୍ପୂର୍ଣ୍ଣ କରି ପାନୀୟ ଜଳ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।
