ଏସ୍ପି ଅଫିସ ଆଗରେ ଧରାପଡ଼ିଲା ନକଲି ପୋଲିସ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 3, 202679 views

ଅନୁଗୋଳ: ଅନୁଗୋଳ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ନକଲି ପୋଲିସ କନଷ୍ଟେବଲ୍ଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି। ଅଭିଯୁକ୍ତ ଜଣକ ପୋଲିସ କନଷ୍ଟେବଲ୍ଙ୍କ ୟୁନିଫର୍ମ ପିନ୍ଧି ଏସ୍ପି ଅଫିସ ପରିସରରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଯାଞ୍ଚ କରିଥିଲା।
ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକ ନକଲି ନିଯୁକ୍ତି ପତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏହାପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ଅଭିଯୁକ୍ତ କେଉଁଠାରୁ ପୋଲିସ ପୋଷାକ ଓ ନକଲି ନିଯୁକ୍ତି ପତ୍ର ସଂଗ୍ରହ କରିଥିଲେ ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
