ବଂଶଧାରା–ମହେନ୍ଦ୍ରତନୟା ନଦୀ ସଂଯୋଗ : ଗଜପତିର ବିକାଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ଦାବି
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁକାନ୍ତ ପ୍ରଧାନ ଭୁବନେଶ୍ୱରJuly 3, 202646 views

ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ନଦୀ ସଂଯୋଗ ଯୋଜନାକୁ ଗୁରୁତ୍ୱ ଦେଉଥିବା ବେଳେ ଗଜପତି ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବା ଆବଶ୍ୟକ। ବଂଶଧାରା ନଦୀର ଅତିରିକ୍ତ ଜଳ ପ୍ରତିବର୍ଷ ସମୁଦ୍ରକୁ ବହିଯାଉଥିବା ବେଳେ ମହେନ୍ଦ୍ରତନୟା ଅବବାହିକାର ଅନେକ ଅଞ୍ଚଳ ଜଳ ଅଭାବର ସମ୍ମୁଖୀନ ହେଉଛି।
ବଂଶଧାରା–ମହେନ୍ଦ୍ରତନୟା ନଦୀ ସଂଯୋଗ ହେଲେ ଚାଷ ପାଇଁ ଜଳ ଉପଲବ୍ଧତା ବଢ଼ିବ, ପାନୀୟ ଜଳ ସମସ୍ୟା କମିବ, ଭୂତଳ ଜଳସ୍ତରର ଉନ୍ନତି ହେବ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏହା ଦାଦନ ସମସ୍ୟା ହ୍ରାସ କରି ଗଜପତି ଓ ଗଞ୍ଜାମ ଜିଲ୍ଲାର ଆର୍ଥିକ ବିକାଶକୁ ନୂଆ ଦିଗ ଦେଇପାରିବ।
ତେଣୁ ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ (DPR) ପ୍ରସ୍ତୁତ କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଉଛି।
" *ସମୁଦ୍ରକୁ ବହିଯାଉଥିବା ଜଳକୁ ସମ୍ପଦରେ ପରିଣତ କରି ଚାଷୀଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ କରାଯାଉ।"*
