ସହଯୋଗ ର ହାତ ବଢ଼ାଇଲା ଆମ ସ୍ୱାଭିମାନ ଟ୍ରଷ୍ଟ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା, ଆଳିJuly 3, 202689 views

କେନ୍ଦ୍ରାପଡ଼ା : ଆଳି, ଅଗ୍ନି ବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆମ ସ୍ବାଭିମାନ ଟ୍ରଷ୍ଟ l ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ଅହ୍ଳିଆ ଗ୍ରାମର ମିନତି ମଲିକ ଙ୍କ ବହୁ ପୂର୍ବରୁ ସ୍ବାମୀ ଙ୍କ ମୃତ୍ୟୁ ଘଟିଥିଲା l ମିନତିଙ୍କ ଅସହାୟତା ଦେଖି ତାଙ୍କ ନିକଟରେ ବିବାହିତ ଝିଅର ଦୁଇ ଝିଅ ଅର୍ଥାତ ନାତୁଣୀଙ୍କୁ ନେଇ ରହୁଥିଲେ l ଗତ ଜୁନ ମାସ ୨୬ ତାରିଖ ଦିନ ସନ୍ଧ୍ୟାରେ ହଠାତ ମିନତୀଙ୍କ ଚାଳ ଛପର ଘରେ ନିଆଁ ଲାଗି ଯାଇଥିଲା l
ଅଗ୍ନିକାଣ୍ଡ ର କରାଳତାଣ୍ଡବ ରେ ଘରର ଆସବାବପତ୍ର ସହିତ ଦୁଇ ନାତୁଣୀ ଙ୍କର ଖାତାବହି ଓ ପିନ୍ଧିବା ବସ୍ତ୍ର ସବୁ ପୋଡ଼ି ଯାଇଥିଲା l ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଆଳି ବ୍ଲକ ମାଣିକପାଟଣା ଠାରେ ଗଢିଉଠିଥିଥିବା ଆମ ସ୍ବାଭିମାନ ଟ୍ରଷ୍ଟ ସଦସ୍ୟା ମାନେ ସହଯୋଗ ର ହାତ ବଢ଼ାଇଛନ୍ତି l ଏହି ଖବରଟି ପାଇବା ପରେ ଟ୍ରଷ୍ଟ ମୁଖ୍ୟ ମ୍ୟାନେଜମେଟ ଦେବେନ୍ଦ୍ର ଦାଶ, ସଭାପତି ବିନୋଦ କୁମାର ତରାଇ ସମସ୍ତ ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଆଦାୟ ଅର୍ଥ ରାଶି ନେଇ ମିନତୀ ଙ୍କ ନିକଟରେ ପହଞ୍ଚିଥିଲେ l ଏହି ସହଯୋଗ ରେ ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ତଥା ବରିଷ୍ଠ ସମାଜସେବୀ ଚକ୍ରଧର ଦାଶ ଚକ୍ରଧର ଦାଶ ମଧ୍ୟ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ଵାରା ଅର୍ଥ ରାଶି ସାହାଯ୍ୟ କରିଥିଲେl ଟ୍ରଷ୍ଟ ର ମୁଖ୍ୟ ପରିଚାଳକ ନବକିଶୋର ପରିଡ଼ା, ବିକାଶ ସାହୁ, ବିଚିତ୍ର ଲେଙ୍କା, ବିପିନ୍ ବେହେରା, ଶିବ ପ୍ରସାଦ ବେହେରା
ଅନିରୁଦ୍ଧ ସେଠୀ, ସୁଶାନ୍ତ ବିଶ୍ୱାଳ, ସଞ୍ଜୟ ଦାସ ଉପସ୍ଥିତ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେପରିଚାଳନା ରେ ସହଯୋଗ କରିଥିଲେ l
