ଅଲେଖ ସାହୁଙ୍କ ପରିବାରକୁ ଲୁଲୁ ସେନାର ସହାୟତା, ଜଣାଇଲେ ସମବେଦନା
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202616 views

ଅନୁଗୋଳ: ବଅଁରପାଳ ବ୍ଲକ ସାନ୍ତରାପୁର 'ଖ' ପଞ୍ଚାୟତର ନୂଆସାହି ଗ୍ରାମର ଅଲେଖ ସାହୁଙ୍କ ମୃତ୍ୟୁ ଖବର ପାଇ ଲୁଲୁ ସେନାର ପ୍ରତିଷ୍ଠାତା ସୁଚିଲ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଥିଲେ। ଏହି ଅବସରରେ ଜଗନ୍ନାଥ ବେହେରା ଓ ଲୁଲୁ ସେନାର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା ସହିତ ଚାଉଳ, ଡାଲି ସମେତ ଆବଶ୍ୟକ ସାମଗ୍ରୀ ପ୍ରଦାନ କରି ସହଯୋଗର ହାତ ବଢ଼ାଇଥିଲେ। ଏଭଳି ଦୁଃଖ ସମୟରେ ଲୁଲୁ ସେନା ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ମାନବିକ ସହାୟତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
