--:--:--
-- ---
Srishti News

ମହିଳା ସମିତି କାର୍ଯ୍ୟାଳୟରେ ତାଲା, ଘରର ଚାବି କାହା ହାତରେ ? ଉଠିଲା ପ୍ରଶ୍ନ...

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟJuly 2, 202653 views
ମହିଳା ସମିତି କାର୍ଯ୍ୟାଳୟରେ ତାଲା, ଘରର ଚାବି କାହା ହାତରେ ? ଉଠିଲା ପ୍ରଶ୍ନ...
ଗଞ୍ଜାମ-ଖଲ୍ଲିକୋଟ: ଖଲ୍ଲିକୋଟ ଏନ୍‌ଏସିର ୱାର୍ଡ ନଂ–୧ ଅନ୍ତର୍ଗତ କରଣସାହିରେ ଥିବା ଏକ ମହିଳା ସମିତି କାର୍ଯ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ବହୁଦିନ ଧରି କାର୍ଯ୍ୟାଳୟ ରେ ତାଲା ପଡ଼ି ରହିଥିବା ବେଳେ ଏହାର ଚାବି କାହା ନିକଟରେ ରହିଛି, ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଖଲ୍ଲିକୋଟ ବିଇଓ କାର୍ଯ୍ୟାଳୟ ନିକଟରେ ଥିବା ଏହି ଘରଟି ପୂର୍ବରୁ ମହିଳା ସମିତି କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେଉଥିଲା। ପୁରୁଣା ଆଜବେଷ୍ଟସ ଘରଟି ଜରାଜୀର୍ଣ୍ଣ ହୋଇଯିବା ପରେ ଖଲ୍ଲିକୋଟ ଏନ୍‌ଏସିର ଅନୁଦାନରେ ନୂତନ କୋଠାଘର ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ ପରେ ମଧ୍ୟ ଘରଟି ବ୍ୟବହାର ହେଉନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଘରର ଚତୁଃପାର୍ଶ୍ୱ ଓ ଛାତ ଉପରେ ଗଛଲତା ମାଡ଼ିଯାଇଥିବାରୁ ଏହା ଅବହେଳାର ଶିକାର ହୋଇଥିବା ସ୍ପଷ୍ଟ ହେଉଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ସରକାରୀ ଅର୍ଥରେ ନିର୍ମିତ ଏହି ଘର ର ଚାବି କାହା ନିକଟରେ ରହିଛି ଏବଂ କାହିଁକି ଏହାକୁ ସାଧାରଣ କାର୍ଯ୍ୟରେ ବ୍ୟବହାର କରା ଯାଉନାହିଁ? ଏନେଇ ସମ୍ପୃକ୍ତ ବିଭାଗ ସ୍ପଷ୍ଟୀକରଣ ରଖିବା ସହିତ ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।