--:--:--
-- ---
Srishti News

କରାତଳି-ତାମ୍ପରା ରାସ୍ତା ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁରJuly 2, 202639 views
କରାତଳି-ତାମ୍ପରା ରାସ୍ତା ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ
ଛତ୍ରପୁର : ଛତ୍ରପୁର ବ୍ଲକ ଅଧିନସ୍ତ ବିପୁଲିଙ୍ଗୀ ଗ୍ରାମପଞ୍ଚାୟତ ର କରାତଳି ଗ୍ରାମ ପାର୍ଶ୍ବରେ ଥିବା ଏକ ତାମ୍ପରା ହ୍ରଦ ଏହି ହ୍ରଦ ପ୍ରାୟ ୧୦୦ ଟି ଗ୍ରାମର ଭାତ ହାଣ୍ଡି କହିଲେ କିଛି ଭୁଲ ହେବ ନାହିଁ ସେହି ହ୍ରଦ କୁ ଯିବା ଆସିବା ପାଇଁ ୨ କୋଟିରୁ ଉର୍ଦ୍ଧ ରେ କେନାଲ ଉପରେ ରାସ୍ତା ନିର୍ମାଣ ପାଇଁ ଆସିଥିଲା ଦୃଭାଗ୍ୟର ବିଷୟ ସରକାରୀ ନିୟମ ମୁତାବକ ଚଉଡା 5 ମିଟର ହେବାର କଥା କିନ୍ତୁ ମାତ୍ର 3 ମିଟର ଚଉଡ଼ା ରେ କାମ ସାରିଦେଲେ ଏରିଗେସନ ବିଭାଗର ଯନ୍ତ୍ରୀ ମଧୁସୁଧନ ଦାଶ ଙ୍କୁ ପଚାରିବାରୁ ସେ କହିଲେ ଯାହା ହେଇଚି ତାହାହିଁ ହେବ ଆଉ କିଛି କରିହେବ ନାହିଁ ସାଧାରଣ ଲୋକେ ଏହାକୁ ବିରୋଧ କରିବା ସହିତ ଉଚସ୍ତରୀୟ ତଦନ୍ତ କରିବାକୁ ଦାବି କରୁଛନ୍ତି