ରାଜକନିକା ଥାନା ପକ୍ଷରୁ ନିଶା ମୁକ୍ତ ଓଡିଶା ଅଭିଯାନ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ -ଦିଲୀପ ପରିଡା, ରାଜକନିକାJuly 1, 2026177 views

ରାଜକନିକା,୧/୭(ସପ୍ର):ରାଜକନିକା ଥାନା ପକ୍ଷରୁ ବୁଧବାର ଦିନ ନିଶା ମୁକ୍ତ ଓଡିଶା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ନିଶା ସେବନ କରି କିଏ ସଡ଼କ ଦୃଘଟଣା ରେ ପ୍ରାଣ ହରାଉଛି ତ କିଏ ନିଜ ଜନ୍ମକଲା ମାକୁ ହତ୍ୟା କରୁଛି ଆଉ କିଏ କୋମଳମତି ଶିଶୁକୁ ଅତ୍ୟାଚର କରି ହତ୍ୟା କରୁଛି ମନୁଷ୍ୟ ନିଶା ସେବନ କରିବା ପରେ ହିତାହିତ୍ୟ ଜ୍ଞାନ ହରାଇ ସର୍ବସ୍ୱାନ୍ତ ହେଉଛି ଯାହାକୁ ରୋକିବା ପାଇଁ ଏବେ ପୋଲିସ ପ୍ରଶାସନ ଜୋରଦାର ପ୍ରୟାସ ଜାରିକରିଛି ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଏସ ପି ଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଥାନା ମାନଙ୍କରେ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ହେଉଥିବା ବେଳେ ଆଜି ରାଜକନିକା ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ମଲିକଙ୍କ ସଂଯୋଜନାରେ ରାଜକନିକା ଅଞ୍ଚଳର ଯୁବବର୍ଗ ଓ ବରିଷ୍ଠ ବେକ୍ତି ମାନଙ୍କୁ ନେଇ ଥାନା ପରିସରରେ ଏକ ସଭାର ଆୟଜନ କରି କେମିତି ନିଶା ଠାରୁ ଯୁବଗୋଷ୍ଟି ଦୁରେଇ ରହିବେ ଓ ସମାଜର ମଙ୍ଗଳ ହେବ ତାହାକୁ ଆଲୋଚନା କରିଥିବା ବେଳେ ରାଜ୍ୟ ସରକାରଙ୍କ ନିଶା ନିବାରଣ ଦୋମୁହାଁ ନୀତିରେ ପୋଲିସକୁ ସାଧାରଣ ଲୋକଙ୍କ ପାଖରେ ବଳି ପକାଇବା ନୀତି ବନ୍ଦ କରି ରାଜ୍ୟରେ ସମ୍ପୂର୍ଣ ଭାବରେ ନିଶା କାରବାର ବନ୍ଦ ହେବ ସେହି ପ୍ରକ୍ରିୟା କଲେ ନିଶା ସେବନ କରି ପ୍ରାଣ ହରାଉଥିବା ଭେଣ୍ଡିଆ ପୁଅ ମୁହଁରେ ବୃଦ୍ଧ ବାପା ନିଆଁ ଦେବା ବନ୍ଦ ହେବ ବୋଲି ଆଲୋଚନା ହେଉଥିବା ବେଳେ ପୋଲିସର ଏପରି ସୁନ୍ଦର ପ୍ରୟାସକୁ ଯୁବବର୍ଗ ମାନେ ପ୍ରଶଂସା କରିଛନ୍ତି ।

