କେନ୍ଦୁଝର: ବୋଦାପଳାଶରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
Kendujhar (କେନ୍ଦୁଝର)କେନ୍ଦୁଝରରୁ ନିରଞ୍ଜନ ପାଣିଙ୍କ ରିପୋର୍ଟJuly 1, 202641 views

କେନ୍ଦୁଝର, ୦୧/୦୭: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳାଶ ଗ୍ରାମ ପଞ୍ଚାୟତ ଠାରେ ‘ସଖୀ ୱାନ୍ ଷ୍ଟପ୍ ସେଣ୍ଟର, କେନ୍ଦୁଝର’ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ଆଡମିନିଷ୍ଟ୍ରେଟର ଶ୍ରୀମତୀ ସୁଜତାରାଣୀ ପରିଡ଼ା, କେସ୍ ୱାର୍କର କୁମାରୀ ଜ୍ୟୋତ୍ସ୍ନା ରାଣୀ ବେହେରା ଏବଂ ଆଇଟି ଷ୍ଟାଫ୍ କୁମାରୀ ସୁପ୍ରିୟା ମଣ୍ଡଳ ଯୋଗ ଦେଇଥିଲେ। ଏଥିସହିତ ଜେଣ୍ଡର ସିଆରପି କୋଅର୍ଡିନେଟର କୁମାରୀ ୟୁଶରା କୈସର, ଜେଣ୍ଡର ସିଆରପି ସଦସ୍ୟାଗଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର। ଡାକ୍ତରୀ ସହାୟତା, ପୋଲିସ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। ହିଂସାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ସଖୀ ସେଣ୍ଟର ସବୁ ସମୟରେ (୨୪×୭) ତତ୍ପର ବୋଲି ସୂଚନା ଦିଆଯାଇଥିଲା। ଏହି ଅବସରରେ ମହିଳା ହେଲ୍ପଲାଇନ୍, ଚାଇଲ୍ଡ ହେଲ୍ପଲାଇନ୍ ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ଯୋଗାଯୋଗ ନମ୍ବର ଥିବା ଆଇଇସି ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଏହାବ୍ୟତୀତ, ମହିଳା ସଶକ୍ତିକରଣ, ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ମହତ୍ତ୍ୱ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ସହାୟତା କରିବାରେ ସାମାଜିକ କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା। ସମସ୍ତଙ୍କୁ ମହିଳାଙ୍କ ଅଧିକାର ସମ୍ପର୍କରେ ସଚେତନ ରହି ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଉତ୍ସାହିତ କରାଯାଇଥିଲା।
