ଟାଙ୍ଗୀ ବଡ଼ପାରି ଓଭରବ୍ରିଜରେ ସଡ଼କ ଦୁର୍ଘଟଣା, ଲୁନା ଚାଳକ ଗୁରୁତର
Khordha (ଖୋର୍ଦ୍ଧା)ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 1, 2026120 views

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବଡ଼ପାରି ଓଭରବ୍ରିଜ ଉପରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଲୁନା ଏକ୍ସଏଲକୁ ଧକ୍କା ଦେବାରୁ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି।
ଆହତ ବ୍ୟକ୍ତିଙ୍କ ପରିଚୟ ଟାଙ୍ଗୀ ଥାନା ଅନ୍ତର୍ଗତ ପଥରବନ୍ଧ ଗ୍ରାମର ମେରୁଧର ସାମନ୍ତରାୟ (୫୨) ଭାବେ ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
