ଅନୁଗୋଳ ପୋଲିସ ପକ୍ଷରୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 1, 202660 views

ଅନୁଗୋଳ: ଅନୁଗୋଳ ପୋଲିସ ପକ୍ଷରୁ ଅବସରପ୍ରାପ୍ତ ତିନିଜଣ ପୋଲିସ ଅଧିକାରୀଙ୍କୁ ଏକ ଭାବପ୍ରବଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ନିଷ୍ଠା, ସଚ୍ଚୋଟତା ଓ ଉତ୍ସର୍ଗୀକୃତ ଭାବେ ସେବା ପ୍ରଦାନ କରିଥିବା ଏସଆଇ ଗୋବିନ୍ଦ ଚନ୍ଦ୍ର ମିଶ୍ର, ହାବିଲଦାର କାଳନ୍ଦୀ ଚରଣ ଧଳ ଏବଂ ହାବିଲଦାର ଲକ୍ଷ୍ମୀଧର ସାମଲଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନେ ଅବସରପ୍ରାପ୍ତ ଅଧିକାରୀଙ୍କ ନିଷ୍ଠାପର ସେବା, କର୍ତ୍ତବ୍ୟନିଷ୍ଠା ଓ ପୋଲିସ ବିଭାଗ ପ୍ରତି ସେମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟମୟ ହେଉ ବୋଲି ଶୁଭେଚ୍ଛା ଜଣାଯାଇଥିଲା।
