--:--:--
-- ---
Srishti News

ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ପାଳିତ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 1, 202638 views
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ପାଳିତ
ଗଞ୍ଜାମ : ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ଜିଲ୍ଲା ଯୋଜନା ବୋର୍ଡର ମାନ୍ୟବର ଅଧ୍ୟକ୍ଷ, ଛତ୍ରପୁର ଓ ବ୍ରହ୍ମପୁର ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜନ ପ୍ରତିନିଧି ଓ ହିତାଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସଫଳ ହିତାଧିକାରୀ ଓ ଶ୍ରେଷ୍ଠ ବ୍ୟାଙ୍କକୁ ସମ୍ମାନିତ କରାଯିବା ସହ ଡିଜିଟାଲ ପେମେଣ୍ଟ ଓ ଖାଦ୍ୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।