ସେବା ହିଁ ସଙ୍କଳ୍ପ, ସ୍ୱାସ୍ଥ୍ୟ ହିଁ ସର୍ବୋଚ୍ଚ ପ୍ରାଥମିକତା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 30, 202687 views

ଜନସାଧାରଣଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ସାକାର କରିବା ଦିଗରେ ଆଜି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କୈଳାସ ମହାପାତ୍ର ସ୍ୱାସ୍ଥ୍ୟ ସେବାର ସ୍ଥିତିର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ସେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀମାନଙ୍କ ସହ ସିଧାସଳଖ କାର୍ଯ୍ୟବ୍ୟବସ୍ଥା କରିଥିଲେ। ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଡାକ୍ତରୀ ସେବା, ଔଷଧର ଉପଲବ୍ଧତା ଏବଂ ହସ୍ପିଟାଲରେ ମିଳୁଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଅଭିମତକୁ ଗୁରୁତ୍ୱର ସହ ଶୁଣିଥିଲେ।
କେବଳ ରୋଗୀ ନୁହେଁ, ହସ୍ପିଟାଲର କାର୍ଯ୍ୟବ୍ୟବସ୍ଥା, ପରିଚ୍ଛନ୍ନତା, ଚିକିତ୍ସା ସାମଗ୍ରୀର ଉପଲବ୍ଧତା ଏବଂ ସେବା ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ସେ ତଦାରଖ କରିଥିଲେ। ସ୍ୱାସ୍ଥ୍ୟ ସେବାରେ କୌଣସି ଅବହେଳା ନହେବା ସହ ପ୍ରତ୍ୟେକ ରୋଗୀ ଯେପରି ଉତ୍ତମ ଚିକିତ୍ସା ପାଇବେ, ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।
ଜନସାଧାରଣଙ୍କ ସୁଖ-ଦୁଃଖରେ ସାମିଲ ହେବା, ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିବା ହିଁ ସୁଶାସନର ପ୍ରକୃତ ପରିଚୟ। ଧାମନଗରବାସୀଙ୍କୁ ଆହୁରି ଉନ୍ନତ, ସହଜ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରତି ଏହି ପରିଦର୍ଶନ ଏକ ଦୃଢ଼ ସଙ୍କଳ୍ପ ଓ ଜନସେବା ପ୍ରତି ଅଟୁଟ ପ୍ରତିବଦ୍ଧତାର ସଶକ୍ତ ବାର୍ତ୍ତା।
