ରାସ୍ତା ଅବରୋଧ କରୁଛନ୍ତି ଠିକାଦାର
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ଖଲ୍ଲିକୋଟJune 30, 2026168 views

ଖଲ୍ଲିକୋଟ ସହରର ବିଭିନ୍ନ ସ୍ଥାନରେ ଗୃହନିର୍ମାଣ, ରୋଡ଼ କାମ ଚାଲିଛି। ନିର୍ମାଣ ସାମଗ୍ରୀ ଗୁଡିକୁ ଯେଉଁଠି ପାରୁ ସେଇଠି ଜମା
କରି ଦେବାର ପରିଲକ୍ଷିତ ହେଉଛି। ଏପରି କି ପୁରୁଣା କୋଠାଘର ଭାଙ୍ଗି ଇଟା ପଥର ମାଟି କାଠ ଇତ୍ୟାଦି ଜିନିଷ ଆଣି ରୋଡ଼ ଧାରରେ ଜମା କରିବାର ଜଣାପଡିଛି।
ଖଲ୍ଲିକୋଟ ସହର ର ସାହି ରାସ୍ତା ଗୁଡିକ ସଂକୀର୍ଣ୍ଣ ହୋଇ ଥିବାରୁ ଯାନବାହାନ ଚଳାଚଳ, ଜନସାଧାରଣ ଙ୍କ ଗତିଗତ ରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏଅବସରରେ କହିବାକୁ ଗଲେ ଖଲ୍ଲିକୋଟ ର ଭାରତ ସଞ୍ଚାର ନିଗମ କାର୍ଯ୍ୟାଳୟର ସମ୍ମୁଖ ରାସ୍ତାରେ ବାଲି ଆଜିକୁ ଏକ ମାସ ଧରି ଜମା ହୋଇଛି , ତା ପାଖରେ ରହିଛି ମିଶନ ଶକ୍ତି ଗୃହ ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଗୁଡି ବାଲି ଜମା ହୋଇଥିବା ବେଳେ,ତା କୁ ସାକ୍ଷୀ ଅଳିଆଗଦାର ଦୃଶ୍ୟ । ଯାହା ଫଳରେ କି ଜନସାଧାରଣ ଙ୍କ ଯିବା ଆସିବା, ବିଏସଏନଏଲ କୁ ଆସୁଥିବା ଉପଭୋକ୍ତା ମାନେ ହଇରାଣ ହେଉଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେଣୁ ଏସଂକ୍ରାନ୍ତରେ ଏନଏସି କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେଲେ ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ଉଚ୍ଚ କତ୍ତୃପକ୍ଷ ଙ୍କୁ ନିବେଦନ କରିଛନ୍ତି।
