ଅନୁଗୋଳରେ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଆୟୋଜିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 30, 2026102 views

ଅନୁଗୋଳ: ବିଶ୍ୱ ଯୁବ କେନ୍ଦ୍ର ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ଅଧୀନରେ ମଙ୍ଗଳବାର ଅନୁଗୋଳ ମିଶନ ଶକ୍ତି ଭବନରେ ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଅପହରଣ ପୀଡ଼ିତା ଏବଂ ସେମାନଙ୍କ ଅଭିଭାବକଙ୍କୁ ନେଇ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଓ ପ୍ରୋଗ୍ରାମ ଅଧିକାରୀ ରୁନୁ ପ୍ରଧାନ, ମିଶନ ଶକ୍ତି ହବ୍ର ଜିଲ୍ଲା ସଂଯୋଜକ ବିଦ୍ୟାଧର ପ୍ରଧାନ, ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ଶିଶୁ ଅଧିକାର, ବୃତ୍ତିଗତ ତାଲିମ, ଗ୍ରୀନ ପାସେଜ ଯୋଜନା, ଋତୁସ୍ରାବ ସ୍ୱଚ୍ଛତା, କିଶୋର ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ବାଲ୍ୟ ବିବାହର କୁପ୍ରଭାବ, STIs ଓ HIV/AIDS ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।
ଏହାସହ ପୀଡ଼ିତା ଓ ସେମାନଙ୍କ ଅଭିଭାବକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଇ ଆଇନଗତ ସହାୟତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଶେଷରେ ସମସ୍ତ ପୀଡ଼ିତାଙ୍କୁ ଉପହାର କିଟ୍ ପ୍ରଦାନ କରାଯାଇଥିବା ବେଳେ ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
