ଖୋରଧା ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Khordha (ଖୋର୍ଦ୍ଧା)ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJune 30, 202650 views

ଖୋରଧା: ଖୋରଧା ଜିଲ୍ଲାସ୍ତରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନର ଗୁରୁତ୍ୱ, ସଠିକ୍ ତଥ୍ୟ ସଂଗ୍ରହ ଏବଂ ନୀତି ଓ ଯୋଜନା ପ୍ରସ୍ତୁତିରେ ଏହାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ଓ ଆମନ୍ତ୍ରିତ ଅତିଥିମାନେ ଯୋଗଦେଇ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ପରିସଂଖ୍ୟାନର ଅପରିହାର୍ଯ୍ୟ ଅବଦାନ ଉପରେ ମତ ପ୍ରକାଶ କରିଥିଲେ। ସଠିକ୍ ତଥ୍ୟ ହିଁ ସଠିକ୍ ଯୋଜନା ଓ ବିକାଶର ମୂଳ ଆଧାର ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ପରିସଂଖ୍ୟାନ କ୍ଷେତ୍ରରେ ସଚେତନତା ବୃଦ୍ଧି ସହ ତଥ୍ୟର ଗୁଣବତ୍ତା ଓ ବିଶ୍ୱସନୀୟତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
