ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
Nayagarh (ନୟାଗଡ଼)ରିପୋଟର : ନିରଞ୍ଜନ ମହାପାତ୍ର ରଣପୁରJune 30, 202679 views

ରଣପୁର:୩୦/୬ () : ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସୁର୍କାବାଡ଼ି ସ୍ଥିତ ସରକାରୀ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା କ୍ଷେତ୍ର ର ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ l
ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୁନିତା ମହାପାତ୍ର ଯୋଗଦାନ କରି ଶ୍ରୀ ନନ୍ଦଙ୍କର ସୁଗୁଣାବଳୀ ବର୍ଣ୍ଣନା କରିଥିଲେ।ବିଶିଷ୍ଟ ଅତିଥି ଲକ୍ଷ୍ମୀଧର ସାମନ୍ତରାୟ , ସୁରେଶ ଚନ୍ଦ୍ର ସାମନ୍ତରାୟ ଯୋଗଦେଇଥିଲେ l କିଶୋର ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ପରିଚାଳନା ପରିଷଦ ର ସଭାପତି ସୁଲୋଚନା ପ୍ରଧାନ, ଉପସଭାପତି କିଶୋର ବେହେରା , ପ୍ରଫୁଲ କୁମାର ସାହୁ,ଲିପ୍ସା ନନ୍ଦ,ନମିତା ନନ୍ଦ ବିଦାୟୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଯୋଗଦେଇଥିଲେ l
ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ପରାୟଣତା ଓ ଗ୍ରାମବାସୀ ଙ୍କ ପ୍ରଶଂସା କରିବା ସହ ନିଜର ଛାତ୍ର ଛାତ୍ରୀ ମାନଙ୍କୁ ସମାଜର ଜଣେ ଜଣେ ଆଦର୍ଶ ବ୍ୟକି ହେବାକୁ ଆହ୍ୱାନ ଦେଇଥିଲେ l ସେ ଜଣେ ଉତ୍ତମ ଶିକ୍ଷକ, କର୍ତଵ୍ୟ ପରାୟଣତା ଛାତ୍ର ବତ୍ସଳ, ସାହିତ୍ୟ ବାଗ୍ନୀ ରୂପେ ପରିଚିତ ଥିଲେ l
ଉକ୍ତ ସଭାରେ ଭାସ୍କର ଆଲୋକ ମହାପାତ୍ର, ବିଜୟ କୁମାର ଦେବତା, ସୌଦାମିନୀ ସୁବୁଦ୍ଧି, ମିଳନ ମହାରଣା, ପ୍ରଦୀପ କୁମାର ବେହେରା ଙ୍କ ସମେତ ଅନେକ ବିଦ୍ୟାଳୟ ରୁ ଆସିଥିବା ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂଗ୍ରାମର ଅଧିକାଂଶ ପୁରୁଷ ମହିଳା ଓ ପୁରାତନ ବିଦ୍ୟାର୍ଥୀ ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
