ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ସଂଶୋଧିତ ବହି କିଣିବେ ପ୍ରଧାନ ଶିକ୍ଷକ, ଅବହେଳା କରିଥିବା ଅଧିକାରୀଙ୍କ ଉପରେ ହେଇଛି କାର୍ଯ୍ୟାନୁଷ୍ଠାନ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJune 30, 202688 views

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ସବୁ ସ୍କୁଲକୁ ଦିଆଯିବ ସଂଶୋଧିତ ବହି। ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା। ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ତଦନ୍ତ ଆଧାରରେ ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି। ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢା ଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ଏହି ସଂଶୋଧିତ ବହି ତିଲକ୍ କି ସ୍କୁଲ ପ୍ରଧାନଶିକ୍ଷକଙ୍କ ଜରିଆରେ ଦିଆଯିବ। ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗତ ୨୨ ତାରିଖରେ ବହି ବିଭ୍ରାଟ ଘଟଣାରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ନେବା ସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଭିତରେ ପ୍ରମୁଖ ରହିଛି, ଅଦେୟ ଚାରିସୂତ୍ରୀୟ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍, ଲକଡ୍, ମେକାନିଜମ୍। ଅର୍ଥାତ ବହି ଛପାକୁ ପ୍ରିଣ୍ଟ ପର୍ଯ୍ୟନ୍ତ ୪ ସ୍ତରରେ ଯାଞ୍ଚ ବ୍ୟବସ୍ଥା କରାଯିବ।
ଅନ୍ୟପଟେ ନିଲମ୍ବିତ ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢୁଛି ଅଡୁଆ। ସାମାନ୍ୟ ଆସିଥିବା ୨୦୧୪ରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଲେଖୁଥିବା ଚିଠି। ସେଥିରେ ରହିଛି ୧୦ରୁ ଅଧିକ ବିଧାୟକମାନଙ୍କ ଦସ୍ତଖତ। ଚିଠିରେ ମନୋଜ ପାଢୀଙ୍କ ଦୁର୍ନୀତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ଏବଂ ସ୍ଵେଚ୍ଛାଚାରୀ ଆଚରଣ କଥା ଉଲ୍ଲେଖ କରିଥିଲେ ବିଧାୟକ ମାନେ। ଅଭିଯୋଗ କରିଥିଲେ ନିର୍ଦ୍ଦେଶକ ଥିବା ବେଳେ ମନୋଜ ପାଢୀ ନିଜ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହା ସହ ନିର୍ଦ୍ଦେଶକ ଭାବେ ଦୁଇ ବର୍ଷର ସେବା କାଳରେ, କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ। ଏହା ମଧ୍ୟ ଲେଖାଯାଇଛି ଯେ ପୂର୍ବରୁ, ମୟୂରଭଞ୍ଜ ସାଂସଦଙ୍କ ଚିଠି ପରେ ତାଙ୍କର ଅତିରିକ୍ତ ଦାୟିତ୍ଵ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଯୋଗୁଁ ତାଙ୍କୁ କିଛି ସମୟ ପରେ ସେହି ପଦବୀରେ ପୁନଃସ୍ଥାପିତ କରାଯାଇଥିଲା।
ଅନ୍ୟପଟେ ମନୋଜ ପାଢୀଙ୍କ ସହ ୩ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଏ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗୃହ ଦାୟିତ୍ୱବାନ ଏହି ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ହେବ କି ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
