ଦୁଇଟି ପୃଥକ ଚୋରି ଘଟଣାରେ ତିନି ଗିରଫ, ଚୋରି ସାମଗ୍ରୀ ଜବତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 30, 2026106 views

ଅନୁଗୋଳ: ଅନୁଗୋଳ ସହରର ହାକିମପଡ଼ା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ଘଟଣାରେ ଅନୁଗୋଳ ପୋଲିସ ସଫଳତା ହାସଲ କରିଛି। ଏହି ଦୁଇଟି ଘଟଣାକୁ ନେଇ ଅନୁଗୋଳ ଥାନାରେ ପୃଥକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ କିଛି ଚୋରି ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଚୋରି ସହ ଜଡ଼ିତ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ କରୁଛି।
ପୋଲିସର ଏହି ସଫଳତା ପରେ ସ୍ଥାନୀୟ ଅଞ୍ଚଳରେ ଚୋରି ଘଟଣା ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
