ଭୁବନେଶ୍ୱର ସ୍ଥିତ ଆଦିବାସୀ ଗାଁଠାରେ ବୀର ସିଧୁ-କାଁହୁ ଯୁବ ସଂଗଠନ (VSK) ଆନୁକୂଲ୍ୟରେ ୧୭୨ ତମ ସାନ୍ତାଳୀ ବିଦ୍ରୋହ ଦିବସ (ହୁଲ୍ ଦିବସ) ଅତ୍ୟନ୍ତ ଗୌରବର ସହ ପାଳିତ
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହିJune 30, 2026125 views

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉଭୟ ASECA ଏବଂ VSK ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ବୀର ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ।
ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ:
ASECA କର୍ମକର୍ତ୍ତା: ଛୋଟରାୟ ମୁର୍ମୁ, ଦାସମାତ ମୁର୍ମୁ, ହରପାଳ ହେମ୍ବ୍ରମ, ରୁପେନ୍ଦ୍ର ନାଥ ମୁର୍ମୁ, ଶ୍ୟାମ ଚରଣ ମାର୍ଣ୍ଡି, କରୁଣାକର ମାର୍ଣ୍ଡି ଏବଂ କାରାନ ବାସ୍କେ।
VSK କର୍ମକର୍ତ୍ତା: ସୁଶୀଲ କୁମାର ହେମ୍ବ୍ରମ, ଧନୁ କୁମାର ହେମ୍ବ୍ରମ, ରାମ ଚନ୍ଦ୍ର କିସ୍କୁ, ସଂଗ୍ରାମ ମାର୍ଣ୍ଡି ଏବଂ କାଶୀନାଥ ସୋରେନ।
ସଂକ୍ଷିପ୍ତ ସୂଚନା: ୧୮୫୫ ମସିହା ଜୁନ୍ ୩୦ ତାରିଖରେ ବୀର ସିଧୁ ଓ କାଁହୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ଏବଂ ଶୋଷଣ ବିରୁଦ୍ଧରେ ଐତିହାସିକ 'ସାନ୍ତାଳ ବିଦ୍ରୋହ' ବା 'ହୁଲ୍ ଆନ୍ଦୋଳନ'ର ସୂତ୍ରପାତ ହୋଇଥିଲା। ଏହି ଦିନକୁ ପ୍ରତିବର୍ଷ ବିଦ୍ରୋହ ଦିବସ ବା ହୁଲ୍ ଦିବସ ଭାବେ ପାଳନ କରାଯାଏ।
