ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁJune 30, 202699 views

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଂଚାୟତ ଅନ୍ତର୍ଗତ ଅମେଇମୁହାଁ ଗ୍ରାମଠାରୁ ମଙ୍ଗଳପୁର ଗ୍ରାମକୁ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକ ଯାତାୟାତ କରିବାପାଇଁ ବହୁତ ଅସୁବିଧା ହେଉଛିନ୍ତି!
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସରପଞ୍ଚ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ପଂଚାୟତ ରେ ଅର୍ଥଭାବ ନାହିଁବୋଲି ସରପଞ୍ଚ କହୁଛନ୍ତି!
ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନଙ୍କ କୌଣସି ପଦକ୍ଷେପ କିମ୍ବା ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି!
ସ୍ଥାନୀୟ ଲୋକଙ୍କ କହିବା କଥାକି ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି!
