--:--:--
-- ---
Srishti News

କାର୍ତିକ ଚନ୍ଦ୍ର ପତିଙ୍କ ପରଲୋକ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 30, 2026115 views
କାର୍ତିକ ଚନ୍ଦ୍ର ପତିଙ୍କ ପରଲୋକ
ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅଧୀନସ୍ଥ ଭଗବାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳକିରୀ ରାଜସ୍ୱ ଗ୍ରାମର ଜଣେ ଧର୍ମପରାୟଣ, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ତଥା ସୁନାମଧନ୍ୟ ବରିଷ୍ଠ କର୍ମକାଣ୍ଡବିତ ବ୍ରାହ୍ମଣ, ଭଗବାନପୁର ବଜାରସ୍ଥିତ ମା' କାଳୀଙ୍କ ମନ୍ଦିରର ପୂଜକ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ପତି ମହାଶୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ବିୟୋଗରେ ପରିବାର, ଆତ୍ମୀୟ-ସ୍ୱଜନ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ନିଜର ଧର୍ମନିଷ୍ଠା, ସରଳ ଜୀବନ, ଆଧ୍ୟାତ୍ମିକ ସାଧନା ଏବଂ ନିଷ୍ଠାପର କର୍ମକାଣ୍ଡ ସେବା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।