ଜୟପାଟଣା ବ୍ଲକ ରେ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ଗଠନ
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପଟଣାJune 30, 202639 views

ଓଡ଼ିଶାରାଜ୍ୟ ର ସମସ୍ତ ଜିଲ୍ଲା ଓ ବ୍ଲକ ଏବଂ ଏନ୍.ଏ.ସି ଅଞ୍ଚଳରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ନାମରେ ଏକ ନୂତନ ସଂଗଠନ ଗତ ତା ୧୦.୧୨.୨୦୨୫ ରିଖ ଦିନ ଗଠନ କରାଯାଇଛି। ଏବଂ ଆମ ଓଡ଼ିଶା ସାମ୍ବାଦିକ ମହାସଂଘ (AOSM) ଜୟପାଟଣା ବ୍ଲକ ଶାଖା ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଜୟପାଟଣା ବ୍ଲକରେ ଗତ 01/05/2026 ଦିନ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଛି ଏବଂ ପରିପ୍ରେକ୍ଷୀରେ ଆଜି ସଂଗଠନ ର ସମସ୍ତ ସାମ୍ବାଦିକ ବନ୍ଧୁଗଣ ଙ୍କୁ ID card ଦିଆଯାଇଛି, ଜୟପାଟଣା ଆମ ଓଡ଼ିଶା ସାମ୍ବାଦିକ ମହାସଂଘ ରେ ସଭାପତି ଭାବେ ବାବୁଲି ହରିଜନ ଙ୍କୁ ସଂଘର ଦାୟିତ୍ୱ ଦିଆଯାଇଥିବା ବେଳେ ଉପସଭାପତି - ରଶ୍ମି ରଞ୍ଜନ ସୁନା, ସାଧାରଣ ସମ୍ପାଦକ- ହର୍ଷବର୍ଦ୍ଧନ ପାଣିଗ୍ରାହୀ, ସମ୍ପାଦକ - ଡମ୍ବରୁଧର ଦୁର୍ଗା, କ୍ୟାସିୟର - ଗଣେଶ ବାଗ, ଏବଂ ଉପଦେଷ୍ଟା - ଜୟରାମ ଛତ୍ରିଆ ଙ୍କୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥା ପକ୍ଷରୁ ଦାୟିତ୍ୱ ଦିଆଯାଇଛି ।
ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି ସାମ୍ବାଦିକମାନଙ୍କ ଏକତା ଓ ସ୍ୱାର୍ଥର ସୁରକ୍ଷା ସହିତ ସମାଜର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା। ଜୟପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟ ଓ ଜନହିତକର ଯୋଜନାଗୁଡ଼ିକର ସଠିକ୍ ପ୍ରଚାର ଓ ପ୍ରସାର କରିବା ସହିତ, ଜନସାଧାରଣଙ୍କ ସମସ୍ୟା, ଦୁର୍ନୀତି ଓ ଅନିୟମିତତାକୁ ଖବର ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା ଏହି ସଂଗଠନର ପ୍ରମୁଖ ଲକ୍ଷ୍ୟ ଏହା ସଂଗଠନ ପକ୍ଷରୁ ସୂଚନା ମିଳିଛି।
