--:--:--
-- ---
Srishti News

ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

Nayagarh (ନୟାଗଡ଼)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁରJune 30, 202625 views
ରଣପୁର ବ୍ଲକରେ  ଜିଲ୍ଲାପାଳଙ୍କ ଜନ  ଅଭିଯୋଗ ଶୁଣାଣି ଶିବିର
ରଣପୁର ୨୯/୦୬: ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରଣପୁର ବ୍ଲକ ଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିବା ସହ ଯେଉଁ ମାନେ ଯୋଗ୍ୟ ଅଛନ୍ତି ସେମାନଙ୍କ ଅଭିଯୋଗ ଯାଞ୍ଚ କରିବା ସହ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୋଟ ୨୧୩ ଟି ଅଭିଯୋଗ ପଞ୍ଜୀକୃତ କରାଯାଇଥିଲା ବେଳେ ସେଥିମଧ୍ୟରୁ ୨୦୦ଗୋଟି ବ୍ୟକ୍ତିଗତ ସମସ୍ୟା , ୦୬ ଗୋଟି ଗ୍ରାମ୍ୟ ସମସ୍ୟା , ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ର ୫ ଗୋଟି ଓ ରେଡ କ୍ରସ ୨ ଗୋଟି ଅଭିଯୋଗ ର ଶୁଣାଣି କରାଯାଇଥିବା ସହ ୬୬ ଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଜନ ଶୁଣାଣି ଶିବିର ରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ,ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣି କରିଥିଲେ ।