--:--:--
-- ---
Srishti News

କଣିହାଁ ଏନଟିପିସି ବଜାରରେ ଦୁର୍ଘଟଣା, ହାଇୱା ଚକା ତଳେ ବାଇକ୍ ଚାଳକ ଗୁରୁତର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 2026114 views
କଣିହାଁ ଏନଟିପିସି ବଜାରରେ ଦୁର୍ଘଟଣା, ହାଇୱା ଚକା ତଳେ ବାଇକ୍ ଚାଳକ ଗୁରୁତର
ଅନୁଗୋଳ: କଣିହାଁ ଏନଟିପିସି ବଜାର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ହାଇୱା ଚକା ତଳେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ ଏନଟିପିସି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କଣିହାଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ପରିଚୟ ଏବଂ ଦୁର୍ଘଟଣାର ସଠିକ୍ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।