ପଞ୍ଚଲିଙ୍ଗେଶ୍ଵର ଅଞ୍ଚଳରେ କୁଲଡିହା ଦନ୍ତା
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJune 29, 202628 views

ନୀଳଗିରି ଉପଖଣ୍ଡସ୍ଥ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ଭାଲୁ ଉପଦ୍ରବ ପରେ ପର୍ଯ୍ୟଟକ ଆତଙ୍କିତ ଦେଖା ଦେଇଛି କୁଲଡିହା ହାତୀଙ୍କ ଆତଙ୍କ । ହାତୀ ଗାଁରେ ଉପଦ୍ରବ କରୁଥିବା ବେଳେ ଏବେ ଅଧିକାଂଶ ସମୟରେ ପଞ୍ଚଲିଙ୍ଗେଶ୍ଵର ଅଞ୍ଚଳରେ ଦିନରେ ଏକ ଦନ୍ତା ବୁଲୁଥିବାର ନଜରକୁ ଆସିଛି । ଅଞ୍ଚଳବାସୀମାନେ ହାତୀ ଦେଖି ଭୟଭୀତ ହୋଇପଡ଼ିଥିବା ବେଳେ ଶୈବପୀଠ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ହାତୀ ଦେଖି ଆତଙ୍କିତ ହୋଇପଡିଛନ୍ତି । ବନବିଭାଗ ପକ୍ଷରୁ ଦନ୍ତାର ଗତିବିଧୂ ଉପରେ ନଜର ରଖାଯାଇଥିବା ଜଣାପଡିଛି ।
