ଅବହେଳିତ ସାଉଥ୍ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ; ମୌଳିକ ସୁବିଧା ଅଭାବରୁ ଗ୍ରାହକ ହନ୍ତସନ୍ତ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 29, 202650 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ଅବସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମୌଳିକ ସୁବିଧାର ଅଭାବ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ପରିସରରେ ଥିବା ଏହି ବ୍ୟାଙ୍କରେ ପ୍ରତିଦିନ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବା ସତ୍ତ୍ୱେ, ଏଠାରେ ପର୍ଯ୍ୟାପ୍ତ ସୁରକ୍ଷା ଓ ଗ୍ରାହକ ସୁବିଧା ନଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଗେଟ୍ର ବ୍ୟବସ୍ଥା ନଥିବା ସହ ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏହାକୁ ନେଇ ବାରମ୍ବାର ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି।
ଏଭଳି ପରିସ୍ଥିତିରେ ବ୍ୟାଙ୍କକୁ ଆସୁଥିବା ହଜାର ହଜାର ଗ୍ରାହକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶୀଘ୍ର ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ଗ୍ରାହକମାନେ ଦାବି କରିଛନ୍ତି।
