ସେଣ୍ଟ୍ରାଲ ୱର୍କଶପ୍ କର୍ମଚାରୀଙ୍କ ମୌଳିକ ସୁବିଧା ଦାବି, ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 29, 202640 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟସ୍ଥ ଏମ୍ସିଏଲ୍ର ସେଣ୍ଟ୍ରାଲ ୱର୍କଶପ୍ରେ ପ୍ରତିଦିନ ଶହ ଶହ ଭାରୀ ଯାନବାହନର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦିତ ହେଉଛି। ଏହି କାରଖାନାରେ ପ୍ରାୟ ୫୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିବା ସତ୍ତ୍ୱେ ସେମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାର ଅଭାବ ଥିବା ଅଭିଯୋଗ ହେଉଛି।
କର୍ମଚାରୀଙ୍କ କହିବା ଅନୁଯାୟୀ, କାର୍ଯ୍ୟସ୍ଥଳରେ ବିଶ୍ରାମ ଗୃହ, ଆବାସ (କ୍ୱାର୍ଟର) ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ନଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ ସେମାନେ ନିୟମିତ ଭାବେ କାର୍ଯ୍ୟ କରିଆସୁଛନ୍ତି।
କର୍ମଚାରୀମାନେ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସହାନୁଭୂତିଶୀଳ ହୋଇ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ହେଲେ କର୍ମଚାରୀମାନେ ଉପକୃତ ହେବା ସହ କାର୍ଯ୍ୟ ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
