ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ
Ganjam (ଗଞ୍ଜାମ)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି, ଜଗନ୍ନାଥ ପ୍ରସାଦJune 29, 202675 views

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି
ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।