--:--:--
-- ---
Srishti News

ଚୌଦ୍ୱାର ନିକଟରେ ରାସ୍ତାକଡ଼କୁ ଖସିଲା ବାବାମଣି ବସ୍; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

Cuttack (କଟକ)ବ୍ୟୁରୋ ରିପୋର୍ଟ, ଚୌଦ୍ୱାର, କଟକJune 29, 202666 views
ଚୌଦ୍ୱାର ନିକଟରେ ରାସ୍ତାକଡ଼କୁ ଖସିଲା ବାବାମଣି ବସ୍; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
ଚୌଦ୍ୱାର: କୁଚିଣ୍ଡା–ଦେବଗଡ଼ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବାବାମଣି ବସ୍ ଭୋର ପ୍ରାୟ ୩ଟା ୧୦ ମିନିଟ୍ ସମୟରେ ଚୌଦ୍ୱାର ପୂର୍ବରୁ ରାସ୍ତାକଡ଼କୁ ଖସିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ଆହତ କିମ୍ବା ପ୍ରାଣହାନି ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ୍‌ର ସାମ୍ନା ଦ୍ୱାର ଏବଂ ପଛପଟ ଆପାତକାଳୀନ ଦ୍ୱାର ଦେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଥିଲେ। ବସ୍ ଚାଳକଙ୍କ କହିବା ଅନୁସାରେ, ହଠାତ୍ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସିଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ କଟକ ଲିଙ୍କ ଛକ ପର୍ଯ୍ୟନ୍ତ ପଠାଯାଇଥିଲା। ସେଠାରୁ ସେମାନେ ଭୁବନେଶ୍ୱର ଓ ପୁରୀ ଅଭିମୁଖୀ ବସ୍‌ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ସମୟୋଚିତ ଉଦ୍ଧାର କାର୍ଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଅଘଟଣ ଏଡ଼ାଇ ଯାଇଥିବା କୁହାଯାଉଛି।