ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନରେ ସେଶପରିଚୟ ଆଶ୍ରମରେ ବସ୍ତ୍ର ଓ ଖାଦ୍ୟ ବଣ୍ଟନ
Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକ, ପାଣିକୋଇଲିJune 29, 202674 views

ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ୫୪ତମ ଜନ୍ମଦିନ ଅବସରରେ ପାଣିକୋଇଲିସ୍ଥିତ ସେଶପରିଚୟ ଆଶ୍ରମରେ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତାମାନେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରି ଆଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ବେଣୁଧର ଖଣ୍ଡେଇଙ୍କ ସମେତ କୃଷ୍ଣଚନ୍ଦ୍ର ବିଶ୍ୱାଳ, ଗଙ୍ଗା ଜେନା, ବିଜୟ କୁମାର ପଣ୍ଡା, ଗୟା ଜେନା, ଉଦିଆ ମଲ୍ଲିକ, ପାପି ସେଠୀ, ଧାମ ଶାସୁ, ବିଜୟ ଧଳ, ସୁଧାଂଶୁ ଘଡେଇ, କରୁଣାକର ମାଝୀ, ସୁଶାନ୍ତ ବେହେରା, କାଳିଆ ଧଳ, ଓକିଲ ବାରିକ, ନିରଞ୍ଜନ ପଣ୍ଡା ଓ କୈଳାସ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପ୍ରଣବ ପ୍ରକାଶ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ସେବା ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି।
